GrowFarm ଟିମ୍

GrowFarm ଟିମ୍

GrowFarm ଟିମ୍ ଓଡ଼ିଶାର ଚାଷୀମାନଙ୍କ ପାଇଁ ସହଜ ଭାଷାରେ କୃଷି ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଥାଏ। ଆମର ଉଦ୍ଦେଶ୍ୟ ହେଉଛି ଆଧୁନିକ ଚାଷ ପଦ୍ଧତି, ଫସଲ ପରିଚାଳନା, କୃଷି ଯୋଜନା, ସରକାରୀ ସହାୟତା ଏବଂ କୃଷି ପ୍ରଯୁକ୍ତି ବିଷୟରେ ବିଶ୍ୱସନୀୟ ଓ ଉପଯୋଗୀ ସୂଚନା ଚାଷୀମାନଙ୍କ ପାଖରେ ପହଞ୍ଚାଇବା। ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର କୃଷକମାନଙ୍କୁ ସଠିକ୍ ସୂଚନା ମାଧ୍ୟମରେ ଅଧିକ ଅମଳ ଓ ଅଧିକ ଆୟ ହାସଲ କରିବାରେ ସହଯୋଗ କରିବା।

ମାଛ ଛାଡିଥିବା ପୋଖରୀରେ ଅକ୍ସିଜେନ୍ କମିଲେ କଣ କରିବେ

ବର୍ଷା ଋତୁରେ ମାଛ ଛାଡିଥିବା ପୋଖରୀରେ ଅକ୍ସିଜେନ୍ କମିଯିବା ଏକ ସାଧାରଣ କିନ୍ତୁ ଗୁରୁତର ସମସ୍ୟା ହୋଇଥାଏ । ପାଣିରେ ଅକ୍ସିଜେନ୍ ଅଭାବ ହେଲେ ମାଛ ପାଣିର ଉପରକୁ ଆସି ମୁହଁ ଖୋଲି ଶ୍ୱାସ ନେବାକୁ ଚେଷ୍ଟା କରିଥାଏ।ଠିକ୍ ସମୟରେ ପଦକ୍ଷେପ ନ ନେଲେ ବହୁ ସଂଖ୍ୟକ ମାଛ ମରିଯାଇପାରେ, ଯାହା ଚାଷୀଙ୍କ ପାଇଁ ବଡ଼…

ବର୍ଷାରେ କୁକୁଡ଼ା ଫାର୍ମରେ ରୋଗ ନହେବା ପାଇଁ 10ଟି ସହଜ ଉପାୟ

ବର୍ଷା ଋତୁ କୁକୁଡ଼ା ପାଳନ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ ଅଟେ। ଏହି ସମୟରେ ଅଧିକ ଆର୍ଦ୍ରତା, ଭିଜା ପରିବେଶ, ପାଣି ଜମିବା ଏବଂ ତାପମାତ୍ରାର ପରିବର୍ତ୍ତନ କାରଣରୁ କୁକୁଡ଼ାମାନଙ୍କ ମଧ୍ୟରେ ବିଭିନ୍ନ ଜୀବାଣୁ, ଭାଇରସ୍ ଓ ଛତୁଜନିତ ରୋଗ ଶୀଘ୍ର ବ୍ୟାପିଥାଏ। ଠିକ୍ ସମୟରେ ସତର୍କ ନ ହେଲେ ଚାଷୀଙ୍କୁ ବହୁତ ଆର୍ଥିକ କ୍ଷତି…

ବର୍ଷାଦିନେ ଗାଈଗୋରୁଙ୍କୁ ହେଉଥିବା ୪ଟି ସାଧାରଣ ରୋଗ ଓ ତାହାର ପ୍ରତିରୋଧ ଉପାୟ

ବର୍ଷା ଋତୁ ଗାଈଗୋରୁଙ୍କ ପାଇଁ ଏକ ସମ୍ବେଦନଶୀଳ ସମୟ। ଏହି ସମୟରେ ଅଧିକ ବର୍ଷା, ଆର୍ଦ୍ରତା, କାଦୁଅ ଏବଂ ଅସ୍ୱଚ୍ଛ ପରିବେଶ ଯୋଗୁଁ ବିଭିନ୍ନ ବ୍ୟାକ୍ଟେରିଆ, ଭାଇରସ୍ ଓ ପରଜୀବୀ ଦ୍ରୁତ ଗତିରେ ବ୍ୟାପିଥାନ୍ତି। ଫଳରେ ଗାଈଗୋରୁ ସାହାଣା ରୋଗ (HS), ଅଡେଇ ଦିନିଆ ଜ୍ୱର, ବ୍ଲାକ୍ କ୍ୱାର୍ଟର (BQ) ଏବଂ ଖୁରା-ମୁହଁ ରୋଗ (FMD)…

ସମୃଦ୍ଧ କୃଷକ ଯୋଜନା କଣ? ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଦରକାରୀ କାଗଜପତ୍ର

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଓ ରାଜ୍ୟର ଅଧିକାଂଶ କୃଷକ ଧାନ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ବଢ଼ୁଥିବା ଚାଷ ଖର୍ଚ୍ଚ, ସାର ଓ ବିହନର ଦାମ, ଶ୍ରମିକ ମଜୁରୀ ଏବଂ ପାଣିପାଗର ଅନିଶ୍ଚିତତା କୃଷକଙ୍କ ଆୟ ଉପରେ ପ୍ରଭାବ ପକାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମୃଦ୍ଧ କୃଷକ ଯୋଜନା (Samrudha…

ବାଇଗଣ ଗଛରେ ଫଳ ପୋକ ଲାଗିଛି? ଜାଣନ୍ତୁ ନିୟନ୍ତ୍ରଣର ସହଜ ଉପାୟ

ବର୍ଷା ଋତୁରେ ବାଇଗଣ ଗଛର ଫଳରେ ପୋକ ଲାଗିବା ବଢ଼ିଯାଏ। ଠିକ୍ ସମୟରେ ନିୟନ୍ତ୍ରଣ ନ କଲେ ଅମଳ କମିଯାଏ। ମୁଁ ରତିକାନ୍ତ ଆଜି ଆପଣଙ୍କୁ ଜଣାଇବି ଏହି ଲେଖାରେ ବାଇଗଣ ଗଛର ଫଳରେ ପୋକ ଲାଗିବାର କାରଣ, ଲକ୍ଷଣ ଓ ନିୟନ୍ତ୍ରଣର ସହଜ ଉପାୟ ଗୁଡିକ ଜାଣନ୍ତୁ। ଯଦି ବୁଝିବାରେ କୌଣସି ସମସ୍ୟା ହେବ…

ବର୍ଷା ଋତୁରେ ଛେଳି ମାନଙ୍କୁ କେଉଁ ସବୁ ରୋଗ ହୋଇଥାଏ? ଜାଣନ୍ତୁ ଲକ୍ଷଣ

ବର୍ଷା ଋତୁ ଛେଳି ପାଳକମାନଙ୍କ ପାଇଁ ଗୋଟିଏ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ଅଟେ। ଏହି ସମୟରେ ଅଧିକ ଆର୍ଦ୍ରତା, କାଦୁଅ ପରିବେଶ, ଅପରିଷ୍କାର ଶେଡ୍ ଏବଂ ଦୂଷିତ ପାଣି ଯୋଗୁଁ ଛେଳିମାନଙ୍କ ମଧ୍ୟରେ ବିଭିନ୍ନ ସଂକ୍ରାମକ ଓ ପରଜୀବୀ ଜନିତ ରୋଗ ଦ୍ରୁତ ବ୍ୟାପିଥାଏ। ସାମାନ୍ୟ ଅସାବଧାନତା ମଧ୍ୟ ଛେଳିର ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ…

ବର୍ଷା ଦିନରେ ମାଛ ଚାଷରେ ଏହି 7ଟି ଭୁଲ କରନ୍ତୁ ନାହିଁ, ନହେଲେ ମରିପାରେ ସବୁ ମାଛ

rainy-season-fish-farming-7-mistakes-to-avoid

ବର୍ଷା ଋତୁ ମାଛ ଚାଷ ପାଇଁ ଉପଯୁକ୍ତ ସମୟ ହୋଇଥିଲେ ମଧ୍ୟ ଏହି ସମୟରେ କିଛି ଛୋଟ ଭୁଲ ବଡ଼ କ୍ଷତିର କାରଣ ହୋଇପାରେ। ଅତ୍ୟଧିକ ବର୍ଷା, ପୋଖରୀରେ ନୂଆ ପାଣି ପ୍ରବେଶ, ଅକ୍ସିଜେନ୍‌ର ଅଭାବ ଏବଂ ପାଣିର ଗୁଣବତ୍ତାର ପରିବର୍ତ୍ତନ ଯୋଗୁଁ ମାଛ ଅସୁସ୍ଥ ହୋଇପାରେ କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ ବର୍ଷା…

ଧାନ ତଳିରେ ହଳଦିଆ ପତ୍ର ଦେଖାଯାଉଛି କି? ଜାଣନ୍ତୁ ପ୍ରକୃତ କାରଣ ଓ ସହଜ ସମାଧାନ

ଧାନ ଚାଷରେ ସୁସ୍ଥ ତଳି ଭଲ ଅମଳର ମୂଳ ଆଧାର। କିନ୍ତୁ ଅନେକ ଚାଷୀ ତଳିରେ ପତ୍ର ହଳଦିଆ ହୋଇଯିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ କାରଣ ଠିକ୍ ସମୟରେ ଏହାର କାରଣ ଚିହ୍ନଟ କରି ସଠିକ୍ ପଦକ୍ଷେପ ନିଆଯାଏ, ତେବେ ତଳି ସୁସ୍ଥ ରହିବ ଏବଂ ପରବର୍ତ୍ତୀ ସମୟରେ…

ଧାନ ଚାଷରେ ଅଧିକ ଅମଳ ପାଇବା ପାଇଁ ୧୦ଟି ଜରୁରୀ ପରାମର୍ଶ ।

ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଚାଷୀଙ୍କ ପାଇଁ ଧାନ ହେଉଛି ପ୍ରମୁଖ ଫସଲ। କିନ୍ତୁ ଠିକ୍ ପଦ୍ଧତିରେ ଚାଷ ନ କଲେ ଆଶା କରିଥିବା ଅମଳ ମିଳିନଥାଏ। କିଛି ସରଳ ଏବଂ ବୈଜ୍ଞାନିକ ପଦକ୍ଷେପ ଅନୁସରଣ କଲେ ଉତ୍ପାଦନ ବଢ଼ାଇବା ସମ୍ଭବ ହୋଇଥାଏ। ସେଥି ପାଇଁ ମୁଁ ରତିକାନ୍ତ ଆଜି ଆପଣଙ୍କୁ ଧାନ ଚାଷ ରେ ଅଧିକ…